Alisha O Russiya Pari Kahani

$14.00

180 in stock

SKU: 9781645608448 Category: Brand:

Description

ଆମର ମସ୍କୋ ରହଣି ସମୟରେ ସିଏ ‘ସୋଭିଏତ୍ ପ୍ରକାଶନୀ ସଂସ୍ଥା’ରେ କାର୍ଯ୍ୟ ଆରମ୍ଭ କରି ସମୃଦ୍ଧ ରୁଷୀୟ ଭାଷାର କାଳଜୟୀ ରଚନାଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ସେସବୁକୁ ପୁସ୍ତକ ଆକାରରେ ପ୍ରକାଶ କରାଉଥିଲେ। ସେଥିସହ ଓଡ଼ିଆ ଭାଷାର ପ୍ରସିଦ୍ଧ ସାହିତ୍ୟ କୃତିଗୁଡ଼ିକୁ ମଧ୍ୟ ରୁଷୀୟ ଭାଷାରେ ଅନୁବାଦ କରିବା କାର୍ଯ୍ୟରେ ଲାଗିଥିଲେ। ଏହାରି ଭିତରେ ମୋର ମଧ୍ୟ ଉଚ୍ଚକୋଟୀର ରୁଷୀୟ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପରେ ପରେ ମୁଁ ସେଠାରେ ଉଚ୍ଚଶିକ୍ଷା ଲାଭକରି ଶିକ୍ଷାଦାନ ପଦ୍ଧତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲି। ବୈଷ୍ଣବବାବୁ ସେତେବେଳେ ତାଙ୍କ ଅନୁବାଦ ଲେଖାର ସଂଶୋଧନ କାର୍ଯ୍ୟଟି ମତେ ଦେଉଥିଲେ। କ୍ରମଶଃ ମୁଁ ମୋର ମୌଳିକ ରଚନା ସହ ଅନୁବାଦ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥିଲି। ତେବେ ଘରକାର୍ଯ୍ୟ, ପିଲାମାନଙ୍କର ଦେଖାଶୁଣା କାର୍ଯ୍ୟ ଯୋଗୁଁ ଏହାର ପରିସର ସୀମିତ ରହିଥିଲା। ମୋର ଅନୁବାଦ ମଧ୍ୟରୁ ସାତଟି ଅନୁବାଦ ସେହି ସମୟରେ ପ୍ରକାଶ ପାଇଥିଲା।

ମୋର ସେହିସବୁ ରୁଷୀୟ ଅନୁବାଦ ମଧ୍ୟରୁ ଚାରିଟି ରୁଷୀୟ ଲୋକ କାହାଣୀ ଓ ପରୀ କାହାଣୀକୁ ନେଇ ଏହି ନୂତନ ସଂକଳନ ‘ଆଲିଶା ଓ ରୁଷୀୟ ପରୀ କାହାଣୀ’। ପରୀ କାହାଣୀଗୁଡ଼ିକର ଏକ ସାର୍ବକାଳିକ ଆଦୃତି ରହିଛି। ସବୁବର୍ଗର ପାଠକଙ୍କୁ ଏହା ଭଲ ଲାଗିଥାଏ ବୋଲି ମୋର ବିଶ୍ୱାସ। ତେବେ ରୁଷୀୟ ପରୀ କାହାଣୀଗୁଡ଼ିକର ଏକ ସ୍ୱତନ୍ତ୍ର ଆବେଦନ ଥିବା ମୁଁ ଉପଲବ୍]ଧି କରିଛି। ଆଶା

Ready to ship in 1-2 business days


Vendor Information

  • Store Name: Ingram
  • Vendor: Ingram
  • Address: 1246 Heil Quaker Blvd.
    LaVergne, TN 37086
  • No ratings found yet!